ଆଜି ଦେବ ସ୍ନାନ ପୂର୍ଣ୍ଣିମାରେ କେନ୍ଦୁଝରର ଆରାଧ୍ୟ ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ହାତୀ ବେଶ ଦର୍ଶନ କରିଛନ୍ତି ଭକ୍ତ।
ପାରମ୍ପରିକ ରୀତି ନୀତି ଅନୁଯାୟୀ ପୂଜାର୍ଚ୍ଚନା ପରେ ଧାଡ଼ି ପହଣ୍ଡିରେ ପାହାଡିଆ ସେବାୟତମାନେ ଶ୍ରୀ ଜୀଉଙ୍କୁ ବଡ ଦେଉଳରୁ ଆଣି ସ୍ନାନ ମଣ୍ଡପରେ ଅଧିଷ୍ଠିତ କରିଥିଲେ। ସେଠାରେ ୧୦୮ ସୁବାସିତ ଜଳରେ ସ୍ନାନ କରାଯାଇଥିଲା। ପରେ ଚନ୍ଦନ ଓ ଲୁଗା ଲାଗି ପରେ ଅଁଳା, ତୁଳସୀ ପତ୍ରରେ ସୁସଜ୍ଜିତ କରାଯାଇଥିଲା। ପରେ ଶ୍ରୀ ଜିଉ ଭକ୍ତଙ୍କ ହାତୀ ବେଶରେ ଦର୍ଶନ ଦେଇଛନ୍ତି।