ହାତୀ ଉଜାଡ଼ିଲା ତଳି କ୍ଷେତ, କଦଳୀ ବାଗାନ

ମୟୂରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକ ଅନ୍ତର୍ଗତ ମୁସାମାରି ଗାଁର ଚାଷୀ ରବୀନ୍ଦ୍ର ମହାନ୍ତଙ୍କ ଘର ନିକଟ ତଳି କ୍ଷେତ ଓ କଦଳୀ ବାଗାନରେ ଶନିବାର ମଧ୍ୟରାତ୍ରରେ ଏକ ଦନ୍ତା ହାତୀ ପଶି ତଳି ସବୁ ମାଡ଼ି ଦଳି ନଷ୍ଟ କରିଥିବା ବେଳେ କଦଳୀ ଗଛ ଭାଙ୍ଗି ଦେଇଛି।

୯ ହଜାର ଟଙ୍କାର ୩୦କେଜି ସଙ୍କର ଜାତୀୟ ଧାନ ତଳି ରୋଇଥିବା ବେଳେ ହାତୀ ଅଧାରୁ ଅଧିକ ନଷ୍ଟ କରିଛି। ବିଭାଗ ଏ ଦିଗରେ ତଦନ୍ତ କରି କ୍ଷତିପୂରଣ ଯୋଗାଇ ଦେବାକୁ ରବୀନ୍ଦ୍ର ନିବେଦନ କରିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes