ହଷ୍ଟେଲ ସମସ୍ୟାକୁ ନେଇ ପୂର୍ତ୍ତ ବିଭାଗ କାର୍ଯ୍ୟାଳୟକୁ ଘେରିଲେ ଛାତ୍ର

କେନ୍ଦୁଝର ଧରଣୀଧର ସ୍ଵୟଂଶାସିତ ବିଦ୍ୟାଳୟର ଫକୀର ମୋହନ ଛାତ୍ରବାସାମାନେ ବିଭିନ୍ନ ସମସ୍ୟାକୁ ନେଇ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଘେରାଉ କରିବା ସହ ଆଗରେ ବସି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ଝରକା ସବୁ ଭାଙ୍ଗି ଯାଇଥିବାରୁ ଶୀତରେ ପିଲାମାନେ ଥରୁଛନ୍ତି। ପାଇଖାନାର ଅବସ୍ଥା ଶୋଚନୀୟ ହୋଇ ପଡ଼ିଥିବାରୁ ପିଲାମାନେ ନା ନା ସମସ୍ୟା ଭୋଗୁଛନ୍ତି ବୋଲି ସେମାନେ କହିଛନ୍ତି। ଲିଖିତ ପ୍ରତିଶ୍ରୁତି ନ ମିଳିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes