ସ୍ୱାମୀଙ୍କ ଅଧୁରା ସ୍ବପ୍ନ ପୂରଣ କରିବି : ବିଜେଡ଼ି ପ୍ରାର୍ଥୀ ଅଳକା

ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଭାବେ ତାଙ୍କ ନାମ ଘୋଷଣା ହେବା ପରେ ସ୍ବର୍ଗତ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇବା ସହ ସ୍ୱାମୀଙ୍କ ଅଧୁରା ସ୍ବପ୍ନ ପୂରଣ କରିବେ ବୋଲି କହିଛନ୍ତି l

ସେ କହିଛନ୍ତି ବିଜେପି ପ୍ରାର୍ଥୀ ରାଧାରାଣୀ ମହାନ୍ତି ତାଙ୍କ ବଡ଼ ଭଉଣୀ ଭଳି l ଉଭୟେ ନିଜ ନିଜ ଦଳରୁ ଲଢେଇ କରିବେ l ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ସହ ମତାନ୍ତର ଅଛିକି ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ମନ୍ତ୍ରୀ ତାଙ୍କ ଜିଲ୍ଲାର ନେତା l ରାଜନୀତି କଲେ ସମସ୍ତଙ୍କୁ ନେଇ ଯିବାକୁ ହୁଏ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes