ସୁବଳୟାରେ ପ୍ରଥମ ଗ୍ରାମସଭା ବୈଠକ ଅନୁଷ୍ଠିତ

ଆଜି ଜାତୀୟ ପାଞ୍ଚୟତିରାଜ ଦିବସ ଅବସରରେ ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ପାଞ୍ଚୟତରେ ପ୍ରଥମ ଗ୍ରାମସଭା ବୈଠକ ଅନୁଷ୍ଠିତ ହୋଇ ଥିବା ବେଳେ ବୈଠକରେ ସୁବଳୟା ସରପଞ୍ଚ ପ୍ରୋମଦ କୁମାର ମହାପାତ୍ର ସଭାପତିତ୍ବ କରିଥିଲେ।

ୱାର୍ଡ ସଭ୍ୟ, ପାଞ୍ଚୟତ କାର୍ଯ୍ୟନିର୍ବାହୀ ଅଧିକାରୀ, ସମିତି ସଭ୍ୟ ପ୍ରତିନିଧି ପୂର୍ଣଚନ୍ଦ୍ର ମେହେର ଏବଂ ଜନସାଧାରଣ ଉପସ୍ଥିତ ରହି ପାଞ୍ଚୟତର ବିଭିନ୍ନ ଉନ୍ନ୍ନୟନ ମୂଳକ କାର୍ଯ୍ୟ ପାଇଁ ପ୍ରସ୍ତାବ ଗ୍ରହଣ କରିଥିଲେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes