ସୁବର୍ଣ୍ଣପୁର ପୋଲି ଟେକନିକ କଲେଜରେ ଗ୍ରୀଷ୍ମକାଳୀନ ସ୍ଵତନ୍ତ୍ର ଶିବିର

ସୁବର୍ଣ୍ଣପୁର ଜିଲ୍ଲାର ସଦର ମହକୁମା ସ୍ଥିତ ସରକାରୀ ପୋଲି ଟେକନିକ୍ କଲେଜରେ ଗ୍ରୀଷ୍ମ କାଳୀନ ସ୍ଵତନ୍ତ୍ର ଆୟୋଜିତ ହୋଇଛି । କଲେଜ ଅଧ୍ୟକ୍ଷ ଗୌରହରି ସାହୁଙ୍କ ସଂୟୋଜନାରେ ଏ ଶିବିରରେ ପ୍ରତିଦିନ ସକାଳୁ ଯୋଗ, ପ୍ରାଣାୟମ, ସୂର୍ଯ୍ୟ ନମସ୍କାର ଆଦି ଅଭ୍ୟାସ କରାଯାଉଛି ।

ଛାତ୍ରଛାତ୍ରୀ ମାନଙ୍କ ଚରିତ୍ର ନିର୍ମାଣ ତଥା ପ୍ରତିଯୋଗୀ ସମ୍ପନ୍ନ ହେବାର ଲକ୍ଷ୍ୟ ନେଇ ଶିବିରର ଅୟୋଜନ କରାଯାଇଛି । ବୌଦ୍ଧ, ବଲାଙ୍ଗିର, ସୁବର୍ଣ୍ଣପୁର ଜିଲ୍ଲାର ଛାତ୍ରଛାତ୍ରୀ ଏଥିରେ ଭାଗ ନେଇଛନ୍ତି । ରାଜ୍ୟ ଯୁବ କାର୍ଯ୍ୟକାରିଣୀ ସଦସ୍ୟ ଯୋଗାଚାର୍ଯ୍ୟ ମନୋଜ ପଣ୍ଡା ଓ ଯୋଗ ଶିକ୍ଷକ ନିମେଇଁ ମହାକୁର, ଗୁଣନିଧି ଥନାପତି ସମେତ କଲେଜର ପ୍ରଶିକ୍ଷକ ପଦ୍ମଲୋଚନ ବେହେରା, ସାରଦା ନାୟକ, ଶରତ ବିଶ୍ବାଳ, ପ୍ରତିମା ଭୋଇ, ସୁମିତ୍ ଏକ୍କା, କିରଣ ଭୋଇ, ଦେବାଶିଷ ଲେଙ୍କା, ଲକ୍ଷ୍ମଣ ହେମ୍ବ୍ରମ, ଶୁଭସ୍ମିତା ବେହେରା ପ୍ରମୁଖ ଏ ଶିବିରକୁ ପରିଚାଳନା କରୁଛନ୍ତି । ଶିବିର ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes