ସୁବର୍ଣ୍ଣପୁର ଜିଲ୍ଲାରେ ସାବିତ୍ରୀ ଅମାବାସ୍ୟା ପାଳିତ

ଶୁକ୍ରବାର ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ସାବିତ୍ରୀ ଅମାବାସ୍ୟା ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ସ୍ୱାମୀଙ୍କ ମଙ୍ଗଳ ଓ ଦୀର୍ଘ ଜୀବନ କାମନା କରି ହିନ୍ଦୁ ସଧବା ମହିଳାମାନେ ସାବିତ୍ରୀ ବ୍ରତ ପାଳନ କରିଥିଲେ । ମହିଳାମାନେ ମଥାରେ ସିନ୍ଦୁର, ହାତରେ ନୂଆ ଚୁଡି, ରଙ୍ଗ ବେରଙ୍ଗ ଶାଢୀ, ସିନ୍ଦୂର, ଅଳତା ଆଦିରେ ସଜେଇ ହୋଇ ବିଭିନ୍ନ ମନ୍ଦିରରେ ତଥା ଘର ମାନଙ୍କରେ ପରସ୍ପର ଏକତ୍ରିତ ହୋଇ ଏହି ବ୍ରତ ପାଳନ କରିଥିଲେ । ଆମ୍ବ, ପଣସ, ସପୁରି, ତାଳସଜ, ନଡ଼ିଆ, କଦଳୀ ପ୍ରଭୃତି ନାନା ଜାତିର ପକ୍ବ ଫଳ ଓ ଧୂଆମୁଗ ଆଦି ମହିଳାମାନେ ଲକ୍ଷ୍ମୀ-ନାରାୟଣଙ୍କ ଠାରେ ଭୋଗ ଲଗେଇ ଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes