ସିନେମା ‘ପ୍ରସ୍ଥାନମ୍‌’ର ଅଡିଓ ରିଲିଜ୍

ବହୁ ପ୍ରତିକ୍ଷୀତ ଓଡିଆ ସିନେମା ‘ପ୍ରସ୍ଥାନମ୍‌’ର ଅଡିଓ ଆମର ମ୍ୟୁଜିକ ଦ୍ବାରା ଆଜି ରିଲିଜ୍ ହୋଇଛି l

ସିନେମାର ଗୀତ ଗୁଡିକ ବେଶ ମନଛୁଆଁ ହୋଇଛି l ରାଜା ଡି’ଙ୍କ ନିର୍ଦ୍ଦେଶିତ ଏହି ବହୁ ଚର୍ଚ୍ଚିତ ଚଳଚ୍ଚିତ୍ରରେ ନାୟକ ଭୁମିକାରେ ଅମ୍ଳାନ୍ ନଜର ଆସିଥିବା ବେଳେ ନାୟିକା ସାଜିଛନ୍ତି ଶ୍ରଦ୍ଧା ପାଣିଗ୍ରାହୀ l ଅନ୍ୟମାନଙ୍କ ମଧ୍ୟରେ ବହୁ ପରିଚିତ କଳାକାର ଅଛନ୍ତି l ତପୁ ନାୟକ ଓ କୁମାରଶ୍ରୀଙ୍କ ଗୀତକୁ ସ୍ୱରରେ ସଜାଇଛନ୍ତି ଅସାଦ୍ ନିଜାମ l ହ୍ୟୁମାନ ସାଗର, ଅସାଦ୍ ନିଜାମ, କୁଲଦୀପ ପଟ୍ଟନାୟକ, ଅସୀମା ପଣ୍ଡା, ନେହା ନିହାରିକା କର ଓ ଆର ଏସ କୁମାର ଗୀତଗୁଡିକ ଗାଇଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes