ସିଡିଏମଓ ଅଫିସ ଆଗରେ ଧାରଣା ଦେଲେ ଠିକା କର୍ମଚାରୀ

କେନ୍ଦୁଝର ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ବିଭିନ୍ନ ବିଭାଗରେ ଦୀର୍ଘବର୍ଷ ହେଲା କାମ କରି ଆସୁଥିବା ୬୨ଜଣ ରୋଗୀ ସହାୟକ ସମେତ ବିଭିନ୍ନ ବିଭାଗରେ କାମ କରୁଥିବା ଠିକା କର୍ମଚାରୀ ପୁନଃ ନିଯୁକ୍ତି ଦାବିରେ ସିଡିଏମଓ ଅଫିସ ଆଗରେ ଧାରଣା ଦେଇଛନ୍ତି।

କୋଭିଡ ମହାମାରୀ ସମୟ ରେ ମଧ୍ୟ ସେମାନେ ଜୀବନକୁ ବାଜିଲଗାଇ କାମ କରିଛନ୍ତି। ଏବେ ମେଡ଼ିକାଲ କଲେଜ ହସ୍ପିଟାଲ ତଥା ଜିଲା ମୁଖ୍ୟଡାକ୍ତରଖାନାରେ ଅଧିକ କର୍ମଚାରୀର ଆବଶ୍ୟକ ରହିଥିବା ଏବଂ ଆଉଟ ସୋର୍ସିଂ ଜରିଆରେ ନିଯୁକ୍ତି ଦିଆଯାଉ ଥିବାରୁ ସେମାନଙ୍କୁ ନିଯୁକ୍ତି ଦେବାକୁ ଦାବି କରିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes