ଆଜି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ବ୍ଳକ ସାସଂଦ ପ୍ରତିନିଧି ହେମନ୍ତ କୁମାର ବେହେରାଙ୍କ ଉପସ୍ଥିତିରେ ମାନ୍ୟବର ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଅନୁଦାନ ପାଣ୍ଠିରୁ ଅନୁମୋଦିତ ହୋଇଥିବା ରତ୍ନମାଳୀ ପାଟଣାର ମୁଖ୍ଯ ରାସ୍ତାରୁ ଶ୍ମଶାନକୁ ଏକ କଂକ୍ରିଟ ରାସ୍ତା କାର୍ଯ୍ୟର ଶୁଭାରମ୍ଭ ହୋଇଛି।
ଏଥିରେ ଟାଙ୍ଗି ମଂଡଳ ଯୁବ ମୋର୍ଚ୍ଚା ସଭାପତି ସମରଜିତ ଜେନା ସମେତ ଆଲୋକ ପାଇକରାୟ, ବାବାଜି ସାହୁ, ମୁନା ସୁନ୍ଦରାୟ, କେଦାର ପାଇକରାୟ, ରତ୍ନାକର ନାୟକ ଏବଂ ବ୍ଳକ କର୍ମଚାରୀଗଣ ଉପସ୍ଥିତ ଥିଲେ।