ଆଜି ସୁବର୍ଣ୍ଣପୁର ଜିଲ୍ଲା ଖଣ୍ଡହତା ଆର:ଆଇ ବିଜୟ ବାରା ଅଫିସରେ କାର୍ଯ୍ୟରତ ଥିବାବେଳେ ମୋତିଲାଲ ଉର୍ମା ନାମକ ଜଣେ ବ୍ୟକ୍ତି ଅଫିସ ଭିତରକୁ ପଶି ଟଙ୍କା ମାଗିଥିଲେ l
ଆର :ଆଇ ଟଙ୍କା ନଦେବାରୁ ବ୍ୟକ୍ତି ଜଣକ ତାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ଏକ ଲୁହା ଛଡରେ ଆର :ଆଇଙ୍କୁ ମାଡ ମାରିବା ସହିତ ପକେଟରୁ ୩୬୦ ଟଙ୍କା ଲୁଟି ନେଇଥିବା ସୁବଳୟା ଥାନାରେ ଏତେଲା ହୋଇଛି l ତେବେ ଏତେଲାକୁ ଭିତ୍ତିକାରୀ ପୁଲିସ ମୋତିଲାଲକୁ ଗିରଫ କରି ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ଅନିତା କିଡୋ କହିଛନ୍ତି l