ସମ୍ଭାବ୍ୟ ବାତ୍ୟା ପାଇଁ ବିଡିଓଙ୍କ ଅଧ୍ୟକ୍ଷତାରେ ବୈଠକ

ସମ୍ଭାବ୍ୟ ବାତ୍ୟା ଆଶଙ୍କାକୁ ଦୃଷ୍ଟିରେ ରଖି ମୟୂରଭଞ୍ଜ ଜିଲ୍ଲା ଉଦଳା ବିଡ଼ିଓ ଦେବଜାନୀ ଭୁଁୟାଙ୍କ ଅଧ୍ୟକ୍ଷତାରେ ବ୍ଲକ ସମ୍ମିଳନୀ କକ୍ଷରେ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଥିଲା।

ଏହି ବୈଠକରେ ଅଗ୍ନିଶମ ବିଭାଗ,‌ଗ୍ରାମ୍ୟଜଳଯୋଗାଣ ବିଭାଗର ଅଧିକାରୀ, ଉଦଳା ବ୍ଲକ ଉପାଧ୍ୟକ୍ଷ ରଜନୀ ଦାସ, ଆସିଷ୍ଟାଣ୍ଟ ଇଞ୍ଜିନିୟର‌ ଓ ପଞ୍ଚାୟତର ଜନ ପ୍ରତିନିଧିଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଯୋଗ ଦେଇଥିଲେ। ତେବେ ସମ୍ଭାବ୍ୟ ବାତ୍ୟାରେ କିପରି ମୁକାବିଲା କରିବା ସହ ଧନ ଜୀବନ କିପରି ସୁରକ୍ଷିତ ରହିବ ସେଥି ପାଇଁ ବିଡ଼ିଓ ଦେବଜାନୀ ଭୁଁୟା ସମସ୍ତ ବିଭାଗ ସହ ଆଲୋଚନା କରିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes