ସମାଜସେବୀ ରୋଜାଲିନଙ୍କୁ ହତ୍ୟା ଅଭିଯୋଗ କଲେ ମା ଓ ବାପା

ସମାଜସେବୀ ରୋଜାଲିନ ସାହୁଙ୍କ ଦୁର୍ଘଟଣାରେ ମୃତ୍ୟୁ ଘଟଣାକୁ ନେଇ ରହସ୍ୟ ବଢୁଛି। ଝିଅର ମୃତ୍ୟୁ ଦୁର୍ଘଟଣା ରେ ହୋଇନାହିଁ, ତାଙ୍କୁ ଷଡ଼ଯନ୍ତ୍ର କରି ହତ୍ୟା କରାଯାଇଛି ବୋଲି ତାଙ୍କ ମାଆ ଓ ବାପା ଅଭିଯୋଗ କରି ଏସପି କେନ୍ଦୁଝର ମିତ୍ରଭାନୁ ମହାପାତ୍ରଙ୍କୁ ଲିଖିତ ଅଭିଯୋଗ କରିଛନ୍ତି।

ଏହାର ତଦନ୍ତ ପାଇଁ ଏସପି ଜଣେ ଡିଏସପିଙ୍କୁ ଆଦେଶ କରିଥିବା ଜଣା ପଡ଼ିଛି। ତାଙ୍କୁ ହତ୍ୟା କରି ଦୁର୍ଘଟଣାର ରୂପ ଦିଆଯାଇଥିବା କହିଛନ୍ତି।ଭାଜପାର ନେତା ପ୍ରକାଶ ଙ୍କ ଏଥିରେ ସଂପୃକ୍ତି ଥିବା ଅଭିଯୋଗ କରିଥିବା ବେଳେ ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଝିଅ ପାଇଁ ଅନଶନରେ ବସିବେ ବୋଲି ତାଙ୍କ ମାଆ କହିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes