ଶ୍ରୀ ବଳଦେବ ଜୀଉଙ୍କ ବଡ଼ଦାଣ୍ଡ ଓ ପାରିପାର୍ଶିକ ବିକାଶ ଘୋଷଣା

କେନ୍ଦୁଝର ର ଆରାଧ୍ୟ ଶ୍ରୀ ବଳଦେବଜୀଉଙ୍କ ବଡ଼ଦାଣ୍ଡର ସୌନ୍ଦର୍ଯ୍ୟକରଣ, ଯାତାୟତ ପଥ ଆଲୋକୀକରଣ, ତଥା ପାରିପାର୍ଶିକ ଅଞ୍ଚଳର ବିକାଶ କରିବା ନେଇ ଜିଲ୍ଲାପାଳ ଆଶିଷ ଠାକରେ ଘୋଷଣା କରିଛନ୍ତି।

ଏହି ଅବସର ରେ ବହୁ ବିଶିଷ୍ଟ ଲୋକ ମାନେ ଉପସ୍ଥିତ ଥିଲେ। ବିଶ୍ବର ସର୍ବୋଚ୍ଚ ରଥ ର ସୁରକ୍ଷା ଉପରେ ଆଲୋଚନା ହୋଇଛି। ପୂର୍ବରୁ ଶ୍ରୀ ବଳଦେବ ଜୀଉ ମନ୍ଦିର ପରିସରର ସୌନ୍ଦର୍ଯ୍ୟକରଣ କାମ ଚାଲିଛି। ଏହି ଅବସରରେ ବଡ ପଣ୍ଡା ଓ ଅନ୍ୟ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes