କେନ୍ଦୁଝରର ଆରାଧ୍ୟ ଶ୍ରୀ ଶ୍ରୀ ବଳଦେବଜୀଉ ଙ୍କ ଗୁଣ୍ଡିଚା ମନ୍ଦିର ରେ କୃଷ୍ଣ ଓ ବଳରାମ ବେଶ ଦେଖିବାକୁ ଭକ୍ତ ଙ୍କ ଭିଡ ଜମିଛି। ଗତ କାଲି ରାତିରେ ରଥ ରୁ ଶ୍ରୀ ଜୀଉ ଙ୍କୁ ପହଣ୍ଡି କରି ଗୁଣ୍ଡିଚା ମନ୍ଦିର କୁ ନିଆଯାଇଥିଲା।
ବଡ ଦାଣ୍ଡରେ ଭଜନ ସମାରୋହ, ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଦର୍ଶକ ଙ୍କ ଭିଡ ଦେଖିବାକୁ ମିଳିଛି। ସେହିପରି ମୀନା ବଜାର, ବିଭିନ୍ନ ପ୍ରକାରର ଖାଦ୍ୟ ଦୋକାନ ଖୋଲିଛି।