କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ କେନ୍ଦେଇ ପଶି ପଞ୍ଚାୟତ ଅଁଳାଡିହା ଗ୍ରାମ ବୈତରଣୀ ନଦୀ କୂଳରେ ରବିବାର ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଶ୍ରୀରାମଙ୍କ ମନ୍ଦିର ନିର୍ମାଣ ସକାଶେ ରାମ ମନ୍ଦିର ଆଧ୍ୟାତ୍ମିକ କେନ୍ଦ୍ର ଟ୍ରଷ୍ଟ ତରଫରୁ ଭୂମିପୂଜା ଅନୁଷ୍ଠିତ ହୋଇଛି।
ପୂଜକ ଭାବେ ପଣ୍ଡିତ ଅଲେଖଚନ୍ଦ୍ର ତ୍ରିପାଠୀ ଓ ବୀର ମୋହନ ଦ୍ବିବେଦୀ ପୂଜା ଅର୍ଚନା କରିଥିବା ବେଳେ କର୍ତା ଭାବେ ଟ୍ରଷ୍ଟି ମଦନ ମୋହନ ଦ୍ବିବେଦୀ ଦେବ ନୀତି ସମ୍ପାଦନ କରିଥିଲେ।କାର୍ଯ୍ୟକ୍ରମ ରେ ଅଚ୍ୟୁତା ନନ୍ଦ କର, ଗଣେଶ୍ୱର ସାହୁ, ନେତା ଅଖିଳ ନାଏକ, ଗୋୖତମ ନାଏକ, ଇଂ ବିଦ୍ୟାଧର ଦାଶ , ପ୍ରମୁଖ ଯୋଗ ଦେଇଥିଲେ।