ଶୌଚ ହେବାକୁ ଯାଇଥିଲେ, ଗୋଠଛଡ଼ା ଦନ୍ତା ଆକ୍ରମଣରେ ବୃଦ୍ଧ ଆହତ

କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ ଅନ୍ତର୍ଗତ ତେଲକୋଇ ବିଟ ଅଧିନସ୍ଥ କନ୍ତଲେଇ ଗ୍ରାମରେ ରବିବାର ସକାଳେ ଶୌଚ କରିବାକୁ ପାଖ ଜଙ୍ଗଲକୁ ଯାଇଥିବା ବେଳେ ଦନ୍ତା ହାତୀ ଆକ୍ରମଣରେ ଜଣେ ୬୫ ବର୍ଷ ବୃଦ୍ଧ ଆହତ ହୋଇଛନ୍ତି।

ଗୋଠଛଡ଼ା ଦନ୍ତା ହାତୀଟି ବୃଦ୍ଧଙ୍କୁ ଶୁଣ୍ଢରେ ଧରି ଫିଙ୍ଗିଦେବାରୁ ଛିଟିକି ପଡିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ତେଲକୋଇ ମେଡିକାଲରେ ଭର୍ତ୍ତି କରାଯାଇଛି । ପରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes