ଶେଷ ହେଲା ବିଧାନସଭାର ବଜେଟ ଅଧିବେଶନ

ଆଜି ବିଧାନସଭାର ବଜେଟ ଅଧିବେଶନ ଶେଷ ହୋଇଛି ଏବଂ ବାଚସ୍ପତି ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି l ଧାର୍ଯ୍ୟ ସମୟର ତିନି ଦିନ ପୂର୍ବରୁ ଅଧିବେଶନ ଶେଷ ଘୋଷଣା କରାଯାଇଛି l
ଅଧିବେଶନରେ ଆଠଟି ବିଧେୟକ ଆଗତ ହୋଇଥିବା ବେଳେ ସାତଟି ପାସ ହୋଇଛି l 21 ଟି ଖର୍ଚ୍ଚ ଦାବି ଉପରେ ଆଲୋଚନା ହୋଇଥିଲା l 21 ଟି କାର୍ଯ୍ୟ ଦିବସରେ 11 ଟି ମୁଲତବୀ ନୋଟିସ ଉପରେ ଆଲୋଚନା ହୋଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes