ଭଦ୍ରକ ଚରମ୍ପା ରେଳ ଷ୍ଟେସନ ପରିସରରେ ଶିଶୁ ସୁରକ୍ଷା ସଂପର୍କିତ ବିଭିନ୍ନ ଆଲୋଚନା ପୂର୍ବତଟ ରେଳପଥ ଅଧିକାରୀ ସମୂହଙ୍କ ସହ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ ଷ୍ଟେସନ ପ୍ରବନ୍ଧକ ସୁବାଷ ଚନ୍ଦ୍ର ସାହୁ, ମୁଖ୍ୟ ବାଣିଜ୍ୟ ନିରୀକ୍ଷକ ସୁନୀଲ କୁମାର ବେହେରା, ଉପଖଣ୍ଡ ଟ୍ରାଫିକ ନିରୀକ୍ଷକ ଅଧିକାରୀ ପ୍ରଫୁଲ୍ଲ କୁମାର ସାହୁ ପ୍ରମୁଖ କିଶୋର ନ୍ୟାୟ ଆଇନ୍ ଅନ୍ତର୍ଗତ ଆଇନ୍ ବ୍ୟବସ୍ଥାରେ କିପରି ରେଳ ଷ୍ଟେସନରେ ଅପରିଚିତ ଭାବରେ ବୁଲୁଥିବା ଶିଶୁଙ୍କୁ ଉଦ୍ଧାର କରାଯିବ ତାହା ଉପରେ ଆଲୋଚନା ହୋଇଥିଲା।