କେନ୍ଦୁଝର ଜିଲ୍ଲା ମୁଖ୍ୟ ଡାକ୍ତର ଖାନା ପରିସରରେ ଆଜି ଏକ ବୁଲା କୁକୁର ଏକ ମୃତ ଦେହକୁ ଟାଣି ଟାଣି ଖାଇବା ଦୃଶ୍ୟ ଚର୍ଚ୍ଚାର ବିଷୟ ହୋଇଛି।
ଏହି ମୃତ ଦେହ କାହାର ସଠିକ୍ ଜଣାପଡି ନ ଥିଲେ ହେଁ ଏହା କେଉଁଠୁ ଆସିଲା ତାହା ସଠିକ୍ ଜଣା ପଡ଼ିନାହିଁ। ଏନେଇ ସିଡିଏମଓ ଡାକ୍ତର କେ. ସି . ପୃଷ୍ଟି କହିଛନ୍ତି ଯେ ଗତ ୨୬ ତାରିଖ ଦିନ ଜଣେ ମହିଳାଙ୍କ ମୃତ ଶିଶୁ ଜନ୍ମ ଦେବା ପରେ ତାଙ୍କୁ ହସ୍ତାନ୍ତର କରାଯାଇଥିଲା। ସେ ବୋଧ ହୁଏ ଆହାର କେନ୍ଦ୍ର ନିକଟରେ ଫିଙ୍ଗି ଚାଲି ଯାଇଥିଲା। ଆଜି ଏକ କୁକୁର ଟାଣି ଆଣି ଖାଇଦେଉଥିବ ଖବର ମିଳିଛି।