ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ରଣଜିତ ପଞ୍ଚାୟତ ନିଳାଦ୍ରୀ ଗ୍ରାମରୁ ଆଜି ଜଣେ ୧୩ ବର୍ଷର ନିର୍ଯ୍ୟାତିତ ଶିଶୁ ଶ୍ରମିକକୁ ଜିଲ୍ଲା ଶିଶୁ ମଙ୍ଗଳ ସମିତି ଉଦ୍ଧାର କରି ଭଦ୍ରକ ମୁକ୍ତ ଆଶ୍ରୟସ୍ଥଳ ଆସିଆନାକୁ ହସ୍ତାନ୍ତର କରାଯାଇଛି ।
ନିର୍ଯ୍ୟାତନାକାରୀଙ୍କ ବିରୋଧରେ ଫୌଜଦାରୀ ମାମଲା ଋଜୁ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ଶିଶୁ ମଙ୍ଗଳ ସମିତି ପକ୍ଷରୁ ସୂଚନା ଦିଆଯାଇଛି ।