ଶିକ୍ଷକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ସ୍ଥିତ ଇନ୍ଦିରା ଗାନ୍ଧୀ ଉଚ୍ଚ ବିଦ୍ୟାଳୟର ଇଂରାଜୀ ଶିକ୍ଷକ ରାଘବ ବିଶ୍ଵାଳ କାର୍ଯ୍ୟରୁ ଅବସର ଗ୍ରହଣ କରିଛନ୍ତି ।

ସେ ଦୀର୍ଘ ୩୬ ବର୍ଷ ଧରି ଶିକ୍ଷକତା କରିବା ସହ ଜଣେ ପ୍ରଶିକ୍ଷକ ଭାବେ ମଧ୍ୟ ଜିଲ୍ଲାର ଇଂରାଜୀ ଶିକ୍ଷକମାନଙ୍କୁ ବିଭିନ୍ନ ସମୟରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ତାଙ୍କୁ ବିଦାୟ ଜଣେଇ ସ୍କୁଲ ପରିସରରେ ଏକ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes