ଶକ୍ତି ଶ୍ରୀକ୍ଷେତ୍ରରେ ପହଁଚିଲା ବଳଭଦ୍ରଙ୍କର ରଥଚକ

ତାଳଚେର ବ୍ଲକ ସାଉଥବଲଣ୍ଡାସ୍ଥିତ ଶକ୍ତି ଶ୍ରୀକ୍ଷେତ୍ରରେ ଆଜି ମହାପ୍ରଭୂ ଶ୍ରୀବଳଭଦ୍ରଙ୍କର ତାଳଧ୍ୱଜ ରଥର ଏକ ଚକ ପହଁଚିଛି ।

ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ସଦସ୍ୟମାନଙ୍କ ସହ ଉପସ୍ଥିତ ଶ୍ରଦ୍ଧାଳୁମାନେ ଧୂପ,ଦୀପ, ନୈବେଦ୍ୟ ଓ ପୁଷ୍ପ ଦେଇ ସ୍ୱାଗତ କରିଥିଲେ । ଶକ୍ତି ଶ୍ରୀକ୍ଷେତ୍ରକୁ ଆସିଥିବା ଏହି ପବିତ୍ର ରଥଚକଟି ୨୦୨୦ ମସିହା ରଥଯାତ୍ରା ସମୟରେ ତାଳଧ୍ୱଜ ରଥରେ ଲାଗିଥିଲା । ଅନୁରୂପ ଭାବରେ ମହାପ୍ରଭୂ ଶ୍ରୀଜଗନ୍ନାଥ ଓ ସୁଭଦ୍ରାଙ୍କ ରଥଚକକୁ ମଧ୍ୟ ଶକ୍ତି ଶ୍ରୀକ୍ଷେତ୍ରକୁ ଅଣାଯିବ ବୋଲି ମନ୍ଦିର ପରିଚାଳନା କମିଟି ପକ୍ଷରୁ ସୂଚନା ଦିଆଯାଇଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes