ଲୋକସଭାରେ ରାଜ୍ୟ ଖଣି ଦୁର୍ନୀତି ପ୍ରସଙ୍ଗ ଉଠାଇଲେ ସାଂସଦ ଅପରାଜିତା

ଉଚ୍ଚମାନର ଖଣିଜକୁ ନିମ୍ନ ମାନ ଦର୍ଶାଇ କୋଟି କୋଟି ହଡ଼ପ ହୋଇଛି, ଓଡ଼ିଶାର ଅନେକ ଖଣି ୨୦୨୦-୨୧ରେ ରାଜ୍ୟ ସରକାର ନିଲାମ କରିଥିଲେ, ନୂଆ ନିଲାମଧାରୀ ଅନେକ ଖଣିଜକୁ ହଠାତ୍ ନିମ୍ନମାନର ଦର୍ଶାଇଥିଲେ ବୋଲି ଅପରାଜିତା କହିଛନ୍ତି।

୧୯-୨୦ରେ ଲୋଗ୍ରେଡ୍ ଥିଲା ୦.୯%, ବର୍ଷକରେ ତାହା ୨୭.୩% ହୋଇଗଲା, ୨୦୨୨ ଏପ୍ରିଲରେ ୪୨.୩% ଏବଂ ମେ’ରେ ୫୮.୯%କୁ ବୃଦ୍ଧି ପାଇଲା। ଲୋଗ୍ରେଡ୍ ଦର୍ଶାଇବା ଦ୍ୱାରା ରାଜକୋଷକୁ କ୍ଷତି ହେବା ସହ ଡିଏମଏଫ ବି କମିଛି ବୋଲି କହିଛନ୍ତି ସାଂସଦ। ତୁରନ୍ତ ରାଜ୍ୟ ସରକାରଙ୍କୁ ତଦନ୍ତ ନିର୍ଦ୍ଦେଶ ଦେବାକୁ ଦାବି କରିଛନ୍ତି ଅପରାଜିତା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes