ଲିଙ୍ଗରାଜ କ୍ଷେତ୍ର ପକ୍ଷରୁ ସ୍ୱଚ୍ଛ ଭାରତ ସଚେତନତା

ଏମସିଏଲ ଲିଙ୍ଗରାଜ କ୍ଷେତ୍ର ପକ୍ଷରୁ ଆଜାଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ ଆଜି ଅନୁଗୁଳ ଜିଲ୍ଲା ତାଳଚେର ତାଳବେଡ଼ା ଗ୍ରାମ ଠାରେ ପଲିଥିନ୍ ମୁକ୍ତ କରିବା, ପରିବେଶ ପରିଷ୍କାର ପରିଚ୍ଛନ୍ନ ରଖିବା ଆଦି ସଚେତନତା ବାର୍ତ୍ତା ନୃତ୍ୟଗୀତ ମାଧ୍ୟମରେ ପରିବେଷଣ କରାଯାଇଥିଲା ।

ଏହାକୁ ଦେଖିବା ପାଇଁ ଶହଶହ ମହିଳା ଓ ପୁରୁଷଙ୍କ ସମାଗମ ହୋଇଥିଲା । ଲିଙ୍ଗରାଜ କୋଇଲାକ୍ଷେତ୍ରର ମହାପ୍ରବନ୍ଧକ ଅଜୟ କୁମାର ଦେହୁରୀଙ୍କ ନିର୍ଦ୍ଦେଶକ୍ରମେ ‘ଅମୃତ ଅନୁଷ୍ଠାନ’ ତାଳଚେରର କଳାକାରଙ୍କୁ ନେଇ ଏହି କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes