କେନ୍ଦୁଝର ଟାଉନ୍ ଥାନା ଅନ୍ତର୍ଗତ ନୂଆଗାଁ ନିକ ରେ ଏନ ଏଚ ୨୦ ରେ ଅଜଣା ଗାଡ଼ି ଧକ୍କାରେ ଜଣେ ବାଇକ୍ ଆରୋହୀଙ୍କ ଶୋଚନୀୟ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି।
ସେମାନଙ୍କ ଘର ଝାଡ଼ଖଣ୍ଡ ରାଜ୍ୟ ମଝିଗାଆଁ ବୋଲି ଜଣା ପଡିଛି। ସେମାନେ କୁଆଡେ ଯାଉଥିଲେ ଜଣା ପଡିନାହିଁ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରିବା ସହ ବାଇକ ଓ ମୃତ ଦେହ ଜବତ କରି ତଦନ୍ତ କରୁଛି।