ରାଜ୍ୟସ୍ତରୀୟ ପେନସନ ଓ ଭବିଷ୍ୟନିଧି ଅଦାଲତ ୨୮ରେ

ରାଜ୍ୟ ସରକାରଙ୍କ ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା ଓ ରାଜ୍ୟ କର୍ମଚାରୀଙ୍କ ପେନସନ ଓ ଭବିଷ୍ୟନିଧି ସମ୍ପର୍କିତ ଅଭିଯୋଗ ଶୁଣାଣି ଆସନ୍ତା ୨୮ ତାରିଖରେ ଏ. ଜି କାର୍ଯ୍ୟାଳୟରେ ଅନୁଷ୍ଠିତ ହେବ l

ପେନସନ ଓ ଭବିଷ୍ୟନିଧି ସମ୍ପର୍କିତ ବହୁ ଅଭିଯୋଗ ପ୍ରଧାନ ମହାଲେଖାକାରଙ୍କ ଦୃଷ୍ଟିକୁ ଆସୁଥିବାରୁ ଏହାର ସମାଧାନ ନିମନ୍ତେ ପ୍ରଧାନ ମହାଲେଖାକାରଙ୍କ ନିର୍ଦେଶକ୍ରମେ ଏକ ସ୍ୱତନ୍ତ୍ର ଅଭିଯୋଗ ସମାଧାନ ପ୍ରକୋଷ୍ଠ ଏହି ଦିନ ଖୋଲାଯିବ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes