ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା, ପଶ୍ଚିମରେ ତାତି

ରାଜ୍ୟର ବିଭିନ୍ନ ସ୍ଥାନରେ ଗତ 24 ଘଣ୍ଟା ମଧ୍ୟରେ କାଳବୈଶାଖୀ ବର୍ଷାଯୋଗୁଁ ତାତି ସାମାନ୍ୟ ହ୍ରାସ ପାଇଥିବା ବେଳେ ପଶ୍ଚିମ ଓଡ଼ିଶାର ବିଭିନ୍ନ ସହରରେ ଆଜି ମଧ୍ୟ ଗ୍ରୀଷ୍ମ ପ୍ରବାହ ଜାରି ଅଛି l

ଗତ 24 ଘଣ୍ଟା ମଧ୍ୟରେ କଟକ ଜିଲ୍ଲାର ବାଙ୍କୀରେ 90 ମିଲିମିଟର ବର୍ଷା ହୋଇଥିବା ବେଳେ କୋରାପୁଟ ଜିଲ୍ଳାର କୋଟପାଡ଼ରେ 76,ପୁରୀର ସତ୍ୟବାଦୀରେ 74, ଭଦ୍ରକର ଚାନ୍ଦବାଲିରେ 55.3,ମୟୁରଭଞ୍ଜର ଉଦଳାରେ 48.4, ଶୁଳିଆପଦାରେ 46, କପ୍ତିପଦାରେ 48, କଟକର ଆଠଗଡ଼ରେ 46 ମିମି ବର୍ଷା ରେକର୍ଡ ହୋଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes