ଗତ ୨୪ ଘଣ୍ଟାରେ ରାଜ୍ୟର ୪ଟି ଜିଲ୍ଲାରୁ ୯ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ ୬ ଜଣ କାରେଣ୍ଟାଇନ୍ ସେଣ୍ଟରରେ ଥିଲେ ଏବଂ ଅନ୍ୟ ୩ ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି । ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୩ ଆକ୍ରାନ୍ତ ଥିବା ସ୍ବାସ୍ଥ୍ୟ ବିଭାଗ କହିଛି ।
ଏ ପର୍ଯ୍ୟନ୍ତ ରାଜ୍ୟରେ ୧୨,୮୮, ୦୦୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୨,୭୮,୭୫୦ ଜଣ ସୁସ୍ଥ ହୋଇଛନ୍ତି । ଏବେ ବି ୮୦ ଜଣ ଚିକିତ୍ସାଧୀନ ଅଛନ୍ତି ।