ଦୁବାଇରେ ଆଜି ଅନୁଷ୍ଠିତ ନିବେଶକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିବା ବେଳେ 21 ହଜାର କୋଟି ଟଙ୍କାର ବିଦେଶୀ ପୁଞ୍ଜି ନିବେଶର ସମ୍ଭାବନା ଥିବା ବରିଷ୍ଠ ଅଧିକାରୀ କହିଛନ୍ତି l
ସମ୍ମିଳନୀରେ 150 ଜଣ ଶିଳ୍ପପତି ଯୋଗ ଦେଇଥିଲେ l ପୁଞ୍ଜି ନିବେଶ ଯୋଗୁଁ ରାଜ୍ୟରେ 19 ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି କୁହାଯାଇଛି l