ରାଉରକେଲାରୁ 16 ଲକ୍ଷ ଟଙ୍କାର ଜାଲ ନୋଟ ଜବତ, ଜଣେ ଗିରଫ

ରାଉରକେଲାର ସେକ୍ଟର -17 ସ୍ଥିତ ଏକ ଘରୁ ଗତକାଲି ରାତିରେ କ୍ରାଇମବ୍ରାଞ୍ଚ ଏସଟିଏଫ ଏବଂ ସ୍ଥାନୀୟ ପୁଲିସ ମିଳିତ ଭାବେ ଚଢ଼ାଉ କରି 16 ଲକ୍ଷ 11 ହଜାର ଟଙ୍କାର ଜାଲ ନୋଟ ଜବତ କରିବ ସହ ସେକ ଅହମ୍ମଦ ନାମକ ଦିଲ୍ଲୀର ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି l
ସେଠାରୁ କଲର ପ୍ରିଣ୍ଟର, ଲାପଟପ ଏବଂ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ଜବତ ହୋଇଛି l ଗତ ଜୁଲାଇ ମାସରେ ଏସଟିଏଫ 29 ଲକ୍ଷ 11 ହଜାର ଟଙ୍କାର ଜାଲ ନୋଟ ଜବତ କରିବା ସହ 4 ଜଣଙ୍କୁ ଗିରଫ କରିଥିଲା l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes