ରଥଯାତ୍ରା ପାଇଁ ବାରିପଦାର ଟ୍ରାଫିକ ବ୍ୟବସ୍ଥା ପରିବର୍ତ୍ତନ

ରଥଯାତ୍ରା ନିମନ୍ତେ ବାରିପଦା ସହରରେ ଗାଡିମୋଟର ଚଳାଚଳକୁ ନେଇ ଟ୍ରାଫିକ ବ୍ୟବସ୍ଥାକୁ ପରିବର୍ତ୍ତନ ନେଇ ଆଜି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଡି ଋଷିକେଶ ଖିଲାରୀ ପ୍ରେସ ବିବୃତ୍ତି ଜରିଆରେ ସୂଚନା ଦେଇଛନ୍ତି।

ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ଜୁଲାଇ ୧ତାରିଖ ସକାଳ ୬ରୁ ୧୧ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ଟ୍ରାଫିକ ବ୍ୟବସ୍ଥା ପରିବର୍ତ୍ତନ ହୋଇଛି। ବାଲେଶ୍ବର, ଭୁବନେଶ୍ୱର ଓ ଉଦଳା ଆଦି ରୁଟରେ ଚଳାଚଳ କରୁଥିବା ଯାତ୍ରୀବାହୀ ବସ ଗୁଡିକ ସତ୍ୟସାଇ ଛକ, ଦାରୋଗାଡାହି, ପାଲବଣି ଗୋଳାଇ ଦେଇ ଚଳାଚଳ କରିବା ନେଇ ଜଣାଇଛନ୍ତି। ବଡ଼ଦାଣ୍ଡରେ ଗାଡି ମଟର ଚଳାଚଳକୁ ବାରଣ ମଧ୍ୟ କରାଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes