ଯାତ୍ରୀ ବିଶ୍ରାମାଗାର ଭିତରକୁ ମାଡ଼ିଗଲା ମାଲବାହୀ ଟ୍ରେନ୍, ୨ ମୃତ

ଭଦ୍ରକ-କପିଳାସ ରୋଡ୍‌ର କୋରେଇ ଷ୍ଟେସନରେ ଆଜି ସକାଳ ୬ଟା ୪୪ ମିନିଟରେ ଷ୍ଟେସନ ବିଶ୍ରାମାଗାର ଭିତରକୁ ଏକ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇ ମାଡ଼ି ଯିବାରୁ ୨ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ଏକାଧିକ ଲୋକେ ଆହତ ହୋଇଛନ୍ତି।

ଇଞ୍ଜିନଠୁ ଅଲଗା ହୋଇ ୮ ବଗି ଓଲଟି ପଡ଼ିଛି। ଲାଇନଚ୍ୟୁତ ଯୋଗୁଁ ଉଭୟ ଲାଇନ ବ୍ଲକ ହୋଇଯାଇଛି। ଏହା ସହ ଷ୍ଟେସନ ବିଲ୍ଡିଂ ଭାଙ୍ଗି ରୁଜି ଯାଇଛି। ରିଲିଫ ଟ୍ରେନକୁ ଦୁର୍ଘଟଣାସ୍ଥଳକୁ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes