ବୋହୂଙ୍କ ଅଭିଯୋଗ ନେଇ ବିଧାୟକ ଶଶିଭୂଷଣ ବେହେରା କହିଛନ୍ତି, ଏହା ଭିତ୍ତିହୀନ, ପୁଅ-ବୋହୂ ଭିତରର କଥା, ମନୋମାଳିନ୍ୟ ଥାଇପାରେ, ଆମ ଘରେ ମାସେ ୧୧ ଦିନ ରହିବା ପରେ ବୋହୂ ତାଙ୍କ ଘରକୁ ଯାଇଛି।
ନିଜେ ତାଙ୍କ ବାପା ଆସି ବୋହୂକୁ ଘରକୁ ନେଇ ଯାଇଛନ୍ତି, ଆଉ ରହିଲା ମୁଁ ଯୌତୁକ ମାଗିବା କଥା, ତାହା ସଂପୂର୍ଣ୍ଣ ଭିତ୍ତିହୀନ, ମୋ ବିଷୟରେ ଓଡ଼ିଶାବାସୀ ଭଲଭାବେ ଜାଣିଛନ୍ତି କହିଲେ ଶଶିଭୂଷଣ।