ଖଣି ମାଲିକ ତଥା କେନ୍ଦୁଝର ଜିଲ୍ଲା ଚମ୍ପୁଆର ପୂର୍ବତନ ବିଧାୟକ ଜିତୁ ପଟ୍ଟନାୟକଙ୍କ ବିଭିନ୍ନ ଠିକଣାରେ ଇଡି ରେଡ୍ ପରେ ସେ ଏହି ପ୍ରତିକ୍ରିୟା ରଖିଛନ୍ତି।
ସେ କହିଛନ୍ତି, ମୋ ବାପା ସ୍ବର୍ଗତ ବିଡି ପଟ୍ଟନାୟକଙ୍କ ନାଁରେ ଭିଜିଲାନ୍ସ ମାମଲା ରୁଜୁ କରିଥିଲା। ବିଡି ପଟ୍ଟନାୟକଙ୍କ ମୁଁ ଲିଗାଲ ହାୟର, ତେଣୁ ଏଠି ଯାଞ୍ଚ କରୁଥିଲେ। ଯାଞ୍ଚ ବେଳେ ଘରୁ ୫୫ ଲକ୍ଷ ଓ ଅଫିସରୁ ୧୪.୫ ଲକ୍ଷ ମିଳିଥିଲା। ମିଳିଥିବା ଟଙ୍କା କର୍ମଚାରୀଙ୍କ ଦରମା ଥିଲା। ସବୁ ତଥ୍ୟ ଲିଖିତ ଆକାରରେ ଦେବାକୁ ୨୨ ତାରିଖରେ ଇଡି ଡାକିଛି।