ମୋଚିବନ୍ଧ ସାହିରେ ରାସ୍ତାରେ ଡ୍ରେନ ପାଣି

ସ୍ଥାନୀୟ କେନ୍ଦୁଝର ସହର ମୋଚିବନ୍ଧ ସାହିରେ ଗତ କାଲି ରାତିରେ ପ୍ରବଳ ବର୍ଷା ଯୋଗୁଁ ପାଣି ନିଷ୍କାସିତ ହୋଇ ନ ପାରି ରାସ୍ତାରେ ଜମା ହୋଇ ରହିଛି। ଫଳରେ ଲୋକ ମାନେ ଯାତାୟତ ରେ ସମସ୍ୟା ଭଗୁଛନ୍ତି।

ବିଶେଷ କରି ଆଖପାଖର ମଇଳା ଆବର୍ଜନା ପୂର୍ଣ୍ଣ ଡ୍ରେନ ପାଣି ଜମାହୋଇ ରହୁଥିବାରୁ ପରିବେଶ ପ୍ରଦୂଷିତ ହେବା ସହ ରୋଗ ବ୍ୟାପିବା ନେଇ ଲୋକେ ଆଶଙ୍କିତ ରହିଛନ୍ତି। ଏନେଇ ପୂର୍ବରୁ କାଉନସିଲର ତଥା ପୌର ପ୍ରଶାସନକୁ ଜଣାଇଥିଲେ ହେଁ ସୁଫଳ ମିଳିନାହିଁ ବୋଲି କହିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes