ଅନୁଗୋଳ ଜିଲ୍ଲା ସମେତ ପଡ଼ୋଶୀ ୬ଟି ଜିଲ୍ଲାର ୭୦ ଲକ୍ଷ ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ମହାନଦୀ କୋଲ ଫିଇଲ୍ଡ (ଏମସିଏଲ) ଦ୍ୱାରା ୪୯୨ କୋଟି ଟଙ୍କା ବ୍ୟୟରେ ପ୍ରତିଷ୍ଠିତ ସ୍ଥାନୀୟ ତାଳଚେର ମେଡ଼ିକାଲ କଲେଜର ପରିଚାଳନା ଦାୟିତ୍ୱ ଶୀଘ୍ର ନିଜ ହାତକୁ ନିଅନ୍ତୁ ବୋଲି ମଙ୍ଗଳବାର ତାଳଚେର ଠାରେ ବିଜେପି ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦୀ ଚରଣ ସାମଲ ।