ମେଧାବୀ ଛାତ୍ରଙ୍କୁ ରଥପୁର ଦୁର୍ଗା ପୂଜା କମିଟି ପକ୍ଷରୁ ସହାୟତା

ଆଜି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର ବାଗବର ଗ୍ରାମରେ ଅର୍ଥାଭାବ ଯୋଗୁଁ ଉଚ୍ଚଶିକ୍ଷାରୁ ବଞ୍ଚିତ ଜଣେ ମେଧାବୀ ଛାତ୍ରଙ୍କୁ ରଥପୁର ଦୁର୍ଗା ପୂଜା କମିଟି ସହାୟତାର ହାତ ବଢ଼ାଇଥିବା ଜଣାଯାଇଛି । ବାଗବର ନିବାସୀ ତପନ ସାହୁ ପିଜି ପ୍ରବେଶିକା ପରୀକ୍ଷାରେ ରାଜ୍ୟରେ ୭ମ ରାଙ୍କ ହାସଲ କରି ରେଭେନ୍ସା ବିଶ୍ଵବିଦ୍ୟାଳୟରେ ପିଜି ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ବାପ ଛେଉଣ୍ଡ ତପନଙ୍କ ମା’ ପର ଘରେ ମୂଲ ଲାଗି ପରିବାର ପ୍ରତିପୋଷଣ କରନ୍ତି । ଏ ଖବର ରଥପୁର ଦୁର୍ଗା ପୂଜା କମିଟିର ଦୃଷ୍ଟିକୁ ଆସିବାପରେ ଶନିବାର କମିଟିର ଉପଦେଷ୍ଟା ସ୍ବାଧିନ ଖଟୁଆ, ସମ୍ପାଦକ ମଳୟ ଅମାତ ଓ କୋଷାଧ୍ୟକ୍ଷ ପ୍ରଫୁଲ୍ଲ ଗାଇଗରିଆ ଉକ୍ତ ଛାତ୍ରଙ୍କ ଘରକୁ ଯାଇ ନାମ ଲେଖାଇବା ନିମନ୍ତେ ୫୦୦୦ ଟଙ୍କା ସହଯୋଗ କରିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes