ମାଟ୍ରିମୋନିଆଲ ସାଇଟରେ ଇଞ୍ଜିନିୟର ୨୪ ଲକ୍ଷର ଠକେଇର ଶିକାର

ଭୁବନେଶ୍ୱରର ଜଣେ ଆଇଟି ଇଞ୍ଜିନିୟର ମାଟ୍ରିମୋନିଆଲ ସାଇଟରେ 24 ଲକ୍ଷ ଟଙ୍କାର ସାଇବର ଠକେଇର ଶିକାର ହୋଇଛନ୍ତି l ସାଇଟରେ ଜୀବନସାଥୀ ଖୋଜିବାକୁ ଯାଇ ସେ ଯୋଗାଯୋଗ ରଖିଥିବା ଯୁବତୀ ନିଜକୁ ପ୍ରିୟା ଗୁପ୍ତା ଭାବେ ପରିଚୟ ଦେବା ସହ ଘର ବାଲେଶ୍ୱର ଏବଂ କାଲିଫର୍ଣ୍ଣିଆରେ ଡାକ୍ତରୀ ପଢ଼ୁଥିବା ଥିବା କହିଥିଲେ l

ପରେ ସେ ଠାରେ ଦିଲ୍ଲୀ ବିମାନବନ୍ଦରରେ ୭୦ ହଜାର ଡ଼ଲାର ସହ ଧରା ପଡ଼ିଥିବା ଏବଂ ତାହା ଫେରିପାଇବାକୁ ୨୪ ଲକ୍ଷ ଟଙ୍କା ଦରକାର ବୋଲି କହିଥିଲେ l ଇଞ୍ଜିନିୟର ଜଣଙ୍କ ୨୪ ଲକ୍ଷ ପଠାଇବା ପରେ ଠକେଇର ଶିକାର ହୋଇଥିବା ଜାଣିବାକୁ ପାଇଲେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes