ମହୁଲ ଗଛରୁ ବିବାହିତା ମହିଳାଙ୍କ ମୃତ ଦେହ ଉଦ୍ଧାର

କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ବାଉଁଶୁଳି ପଂଚାୟତ ଦାଶରଥିପୁର ଗ୍ରାମର ପତଳା ସାହି ନିକଟ ବିଲ ମଝିରେ ଥିବା ଏକ ମହୁଲ ଗଛରୁ ମଙ୍ଗଳବାର ଜଣେ ୩୨ ବର୍ଷୀୟା ବିବାହିତା ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି।

ମୃତ ମହିଳା ଜଣକ ହେଉଛନ୍ତି ଉକ୍ତ ଗ୍ରାମର ବୁଧୁରାମ ମୁଣ୍ଡାଙ୍କ ସ୍ତ୍ରୀ ସଞ୍ଜୁ ମୁଣ୍ଡା। ସେ ନିଜ ପିନ୍ଧା ଲୁଗାକୁ ବେକରେ ଲଗାଇ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି। ପାରିବାରିକ କଳହକୁ ନେଇ ସଞ୍ଜୁ ଆତ୍ମହତ୍ୟା କରିଥିବା ପୁଲିସ ଅନୁମାନ କରୁଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes