ମଲ୍ଲୀପଶି ଚତୁର୍ଦ୍ଧା ମୂର୍ତ୍ତିଙ୍କ ପାଇଁ ପୁରୀରୁ ଆସିଲା ଫୁଲୁରୀ ତେଲ

କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ମୁଷାଖରୀ ପଂଚାୟତ ମଲ୍ଲୀପଶି ରଥଯାତ୍ରା ସକାଶେ ସମସ୍ତ ଦେବ ନୀତି ନୀତିକାନ୍ତିରେ ଚାଲିଥିବା ବେଳେ ବିଗ୍ରହଙ୍କ ଶ୍ରୀଅଙ୍ଗରେ ଲାଗି ହେବା ପାଇଁ ଫୁଲୁରି ତେଲ ଆଣିବା ସକାଶେ କେନ୍ଦୁଝର ଜିଲ୍ଲା ଆଦିତ୍ୟ ବାହିନୀର ରଞ୍ଜନ କୁମାର ବାରିକ, ବିଜୟ କୁମାର ମହାନ୍ତ ପୁରୀ ଯାଇ ଶ୍ରୀ ଜଗନ୍ନାଥ ମନ୍ଦିରରୁ ଫୁଲୁରୀ ତେଲ ନେଇ ଆଜି ମଲ୍ଲୀପଶି ରେ ପହଞ୍ଚିଛନ୍ତି।

ମଲ୍ଲୀପଶି ରଥଯାତ୍ରା କମିଟିର ଆବାହକ ପାର୍ଥ ସାରଥୀ ବେଜଙ୍କ ନେତୃତ୍ୱରେ ସଦସ୍ୟ ଓ ମା ଭଉଣୀ ମାନେ ସେମାନଙ୍କୁ ଶଙ୍ଖ ହୁଳହୁଳି ପକାଇ ସ୍ୱାଗତ କରିବା ପରେ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ଶୋଭାଯାତ୍ରାରେ ଆସିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes