ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୩ ମୃତ ୧ ଗୁରୁତର

କେନ୍ଦୁଝର ଜିଲ୍ଲା ପାଟଣା ଢେଙ୍କିକୋଟ ଦେଇ ଯାଇଥିବା ୨୨୦ ନମ୍ବର ଜାତୀୟ ରାଜପଥର ଡିଆନାଳି ବିଦ୍ୟୁତ ଷ୍ଟ୍ରକଚର ନିକଟରେ ସୋମବାର ବିଳମ୍ବିତ ରାତ୍ରିରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇ କଟକ ବଡ଼ ମେଡିକାଲକୁ ସ୍ଥନାନ୍ତର ହୋଇଛନ୍ତି।

ମୃତକ ହେଉଛନ୍ତି ଘଟଗାଁ ଥାନା ଆମ୍ବୁଆପଡା ଗ୍ରାମର ତ୍ରିଲୋଚନ ମହାନ୍ତ,ପାଟଣା ଥାନା ସୋରାସକେଲା ଗ୍ରାମର ରମାକାନ୍ତ ନାଏକ ଓ ରୁଢ଼ିଆପଡା ଗ୍ରାମର ସୁନିଲ ଦାସ । ଗୁରୁତର ଜଣକ ହେଉଛନ୍ତି ମୂଷା ଖରୀ ପଂଚାୟତ ପଡ଼ିଆପଶି ଗ୍ରାମର କମଳାକାନ୍ତ ମହାନ୍ତ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes