ମରାମତି କାର୍ଯ୍ୟ ପାଇଁ କାଠଯୋଡି ମଝି ବ୍ରିଜ ଦେଇ ଯାନ ବାହନ ଚଳାଚଳ ଉପରେ କଟକଣା

କଟକ କାଠଯୋଡି ମଝି ବ୍ରିଜ ମରାମତି ପାଇଁ ପୁଲିସ କମିଶନରେଟ ଭୁବନେଶ୍ବର କଟକ ୧୬ ନମ୍ବର ଜାତୀୟ ରାଜପଥରେ ଭୁବନେଶ୍ବର ପଟୁ କଟକ ଯାଉଥିବା ସମସ୍ତ ଯାନ ବାହନ କାଠ ଯୋଡ଼ି ମଝି ବ୍ରିଜରେ ନ ଯାଇ ଗୋପାଳପୁର ତାରିଣୀ ମନ୍ଦିର ଛକ ଠାରୁ ବାମ ପାର୍ଶ୍ଵରେ ଥିବା ବ୍ରିଜରେ ଯିବେ ବୋଲି ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି।

ଉରାଳି ଓ ବାଲିପାଟଣା ପଟୁ କଟକ ଆଡ଼କୁ ଯିବାକୁ ଚାହୁଁଥିବା ସମସ୍ତ ଯାନବାହନ ଗୁଡ଼ିକ ବାମ ପାର୍ଶ୍ଵରେ ଥିବା ବ୍ରିଜରେ ଯିବେ। କାଠଯୋଡି ବାମ ପାର୍ଶ୍ଵରେ ଥିବା ବ୍ରିଜ ଠାରୁ ଓଡ଼ିଶା ହାଇକୋର୍ଟ ଛକ ଓ କଟକ ସହର ଭିତରକୁ ଯିବାକୁ ଚାହୁଁଥିବା ଯାନବାହନ ଗୁଡିକ ମଣି ମନ୍ଦିର ଭିୟୁପିରୁ ଡାହାଣ ପାର୍ଶ୍ଵ ରାସ୍ତା ଦେଇ ଯାଇପାରିବେ ଓ ଏହି ସବୁ କଟକଣା ମଇ ୧୮ ରୁ ୧ ଜୁଲାଇ ୪୫ ଦିନ ପାଇଁ ଲାଗୁ ରହିବ ବୋଲି ଦର୍ଶା ଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes