ଆସନ୍ତା ମଇ ୯ରେ ବ୍ୟକ୍ତିଗତ ଭାବେ କମିଶନ ସଦସ୍ୟ ଅନନ୍ତ ନାୟକଙ୍କ ଇଜିଲାସରେ ହାଜର ହେବାପାଇଁ ଜାତୀୟ ଜନ ଜାତି କମିଶନ କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଜଣେ ବିସ୍ଥାପିତଙ୍କୁ କ୍ଷତିପୁରଣ ଓ ଅନ୍ୟ ସୁବିଧା ପ୍ରଦାନ କରାଯାଇନଥିବା ଅଭିଯୋଗ ଉପରେ ବକ୍ତବ୍ୟ ରହିବାକୁ କମିଶନ ଶ୍ରୀ ଠାକରେଙ୍କୁ ଗତ ସେପ୍ଟେମ୍ବରରୁ ଆଜି ଯାଏଁ ଅନେକ ସମନ ଜାରି କରିଛନ୍ତି।