ଭାଲୁପାଲିରେ ନିଆରା ଢଙ୍ଗରେ ହୋଲି ଉତ୍ସବ ପାଳନ

ବଲାଙ୍ଗିର ଜିଲ୍ଲାର ଲୋଇସିଂହା ବ୍ଳକର ଭାଲୁପାଲି ଗ୍ରାମରେ ପବିତ୍ର ହୋଲି ଉତ୍ସବ ନିଆରା ଢଙ୍ଗରେ ଅନୁଷ୍ଠିତ ହୋଇଥିବା ବେଳେ ଏହି ଦିନ ଗ୍ରାମର ସମସ୍ତ ଯୁବଗୋଷ୍ଠୀ ପ୍ରାକୃତିକ ମାଟି (ଉଇ ହୁଙ୍କା ମାଟି , ଗୋଲାପ ଜଳ , ମୁଲତାନୀ ମାଟି, ନିମ୍ବପତ୍ର,ହଳଦୀ, ଗୋମୂତ୍ର ମିଶ୍ରଣ ମାଟି) ଲେପ ଦେହରେ ବୋଲି ହୋଇ ଗ୍ରାମ ସାରା ପରିକ୍ରମା କରିଥିଲେ।

ଗ୍ରାମର ଯୋଗ ଶିକ୍ଷକ ଶେଷଦେବ ସାହୁଙ୍କ ନେତୃତ୍ବରେ ଏହି କାର୍ଯ୍ୟକ୍ରମ ହୋଇଥିଲା I ଏହି ପ୍ରଲେପ ଦ୍ଵାରା ବିଭିନ୍ନ ଚର୍ମରୋଗ ରୁ ମୁକ୍ତିଲାଭ ମିଳିବ ବୋଲି ଆୟୋଜକ କହିଛନ୍ତି I

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes