ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଲୁଦୁପଙ୍କା ଘାଟିରେ ଏକ ଅଟୋ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ୫ ଜଣ ଛାତ୍ରୀ ଆହତ ହୋଇଛନ୍ତି।
ଆହତଙ୍କ ମଧ୍ୟରେ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ ଵ୍ରହ୍ମପୁର ଏମ୍କେସିଜିକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟ ଆହତମାନଙ୍କୁ ମୋହନା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନାନୁସାରେ, ଆଜି ସକାଳେ ଅଟୋଟି ଗୁଣ୍ଡିମା ଆଦର୍ଶ ବିଦ୍ୟାଳୟରରେ ପଢ଼ୁଥିବା ୬ ଜଣ ଛାତ୍ରୀଙ୍କୁ ନେଇ ଗୁଣ୍ଡିମାରୁ ମୋହନା ଫେରୁଥିଲା।