ବୋର୍ଡ ଅଫ ସେକଣ୍ଡାରୀ କଟକ ପରିଚାଳିତ ମ୍ୟାଟ୍ରିକ ପରୀକ୍ଷା ଫଳ ଗୁରୁବାର ପ୍ରକାଶ ପାଇଛି। କେନ୍ଦୁଝର ଜିଲ୍ଲା ପାଟଣା ମୁଖ୍ୟାଳୟ ପୁରାତନ ଜିଏନ ହାଇସ୍କୁଲ ଛାତ୍ର ତନ୍ମୟ କୁମାର ଶତପଥୀ ବିଦ୍ୟାଳୟରେ ସର୍ବାଧିକ ୯୩.୩୩ ପ୍ରତିଶତ ନମ୍ବର ରଖିଛନ୍ତି।
ସେ ଶିକ୍ଷକ ଦମ୍ପତି ଶ୍ରୀନିବାସ ଶତପଥୀ ଓ ଝୁନୁ ରାଣୀ ପଣ୍ଡାଙ୍କ ପୁଅ।ତନ୍ମୟ ଭବିଷ୍ୟତରେ ଅଧ୍ୟାପକ ହେବେ ବୋଲି କହିଛନ୍ତି। ଜି ଏନ ହାଇସ୍କୁଲର ୮୫ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ଏ-୧ ରେ ୨, ଏ-୨ ରେ ୨୩ ପରୀକ୍ଷାର୍ଥୀ, ତୁରୁମୁଙ୍ଗା ଶିଶୁ ମନ୍ଦିରରେ ୪୩ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ଏ-୧ ରେ ୪,ଏ -୨ରେ ୮ ଜଣ ପାସ କରିଛନ୍ତି।