ବ୍ୟବସାୟୀଙ୍କୁ ହତ୍ୟା ଘଟଣାରେ ଯୁବତୀ ବିଷ ପିଇଲେ

ଛତ୍ରପୁର ଅଞ୍ଚଳରେ ଦୁଇଦିନ ତଳେ କେତେକ ଦୁର୍ବୃତ୍ତ ଜଣେ ସିମେଣ୍ଟ ବ୍ୟବସାୟୀଙ୍କୁ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା l

ଏହି ଘଟଣାର ଅଭିଯୁକ୍ତ ମାନଙ୍କୁ ଗିରଫ ଦାବିରେ ଆଜି ଲୋକମାନେ ହଂସରପୁର ଛକରେ ରାସ୍ତାରୋକ କରିଥିଲେ l ଏହି ସମୟରେ ସେଠାରେ ଜଣେ ଯୁବତୀ ବିଷ ପିଇ ଦେବାରୁ ତାଙ୍କୁ ଗୁରୁତର ଅବସ୍ଥାରେ ଏମକେସିଜି ମେଡ଼ିକାଲରେ ଭର୍ତ୍ତି କରାଯାଇଛି l ଯୁବତୀଙ୍କର ମୃତ ବ୍ୟବସାୟୀଙ୍କ ସହ ବିବାହ ସ୍ଥିର ହୋଇଥିଲା ବୋଲି କୁହାଯାଉଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes