ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପରିସରରେ ଥିବା ନ୍ୟୁ କନଫେରେଶନ୍ ହଲ ଠାରେ ଆଜି ଅପରାହ୍ନରେ ବିଶ୍ଵବିଦ୍ୟାଳୟ ତରଫରୁ ନୂତନ ଭାବେ ଦାୟିତ୍ଵ ଗ୍ରହଣ କରିଥିବା କୁଳପତି ପ୍ରଫେସର ଗୀତାଞ୍ଜଳୀ ଦାଶଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ଏଥିରେ କୁଳ ସଚିବ ପ୍ରଦୀପ ମିଶ୍ର, ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ପ୍ରତାପ ମହାନ୍ତି, ସି ଡି ସି ନିର୍ଦ୍ଦେଶିକା ପ୍ରଫେସର୍ ଅରୁନ୍ଧତୀ ରଥ ମଞ୍ଚାସିନ ଥିଲେ।ସହ କୁଳ ସଚିବ ଡଃ.ସରୋଜ ଦାଶ ସଭା ପରିଚାଳନା କରିଥିଲେ।ଶେଷରେ ପ୍ରଫେସର୍ ମାନସ ପାତ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ।