ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ସ୍ନାତକୋତ୍ତର ଉଦ୍ଭିଦ ବିଜ୍ଞାନ ବିଭାଗରେ ଉଦ୍ଭିଦ ବିଜ୍ଞାନ ବିଭାଗ ଓ ବିଭାଗର ପୁରାତନ ବିଦ୍ୟାର୍ଥୀ ପରିଷଦର ମିଳିତରେ ଏକ ସ୍ବତନ୍ତ୍ର ପାଠଚକ୍ର ଅନୁଷ୍ଠିତ ହୋଇଥିଲା।
ମୁଖ୍ୟ ଅତିଥି ଭାବେ କୁଳପତି ପ୍ରଫେସର ଗୀତାଞ୍ଜଳୀ ଦାଶ,ସମ୍ମାନୀତ ଅତିଥି ଭାବେ ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ପ୍ରତାପ କୁମାର ମହାନ୍ତି,ସଂଯୋଜୀକା ଡ଼ଃ.ସରିତା ଦାଶ ଅତିଥି ପରିଚୟ ଦେଇଥିଲେ।ମୁଖ୍ୟ ବକ୍ତା ଭାବେ ଖଲିକୋଟ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତି ଯୋଗଦେଇ ସ୍ବାସ୍ଥ୍ୟ କଣ ରହିବା କଥା ବର୍ତ୍ତମାନ କେଉଁ ଆଡେ ଯାଉଛି ଶୀର୍ଷକ ଉପରେ ଆଲୋକପାତ କରିଥଲେ l